କାଳୁପଡା ସେକ ଏକ ଆୟୁର୍ବେଦିକ ଉପଚାର । ଏଥିରେ ବିଭିନ୍ନ ପ୍ରକାରର ଚେରମୂଳି, ପତ୍ରର ରସ, ପ୍ରାକୃତିକ ତେଲ ଏବଂ ଅନ୍ୟାନ୍ୟ ପ୍ରାକୃତିକଉପାଦାନକୁ କାର୍ଯ୍ୟରେ ଲଗାଯାଏ । ଏହି ଉପଚାର ଦ୍ଵାରା ଅଣ୍ଟାଧରା, ବେକଧରା, ଆଣ୍ଠୁଗଣ୍ଠି ବାତ, ବିଭିନ୍ନ ପୁରୁଣା ଓ ଦୁର୍ଘଟଣା ଜନିତ ହାଡଭଙ୍ଗା ଓ ମାଂସପେଶୀ ଦରଜ ପାଇଁ ସେକ ଓ ପଟି ଦ୍ଵାରା ଉପଚାର କରାଯାଏ ।
ଲୋକକଥା ଅନୁଯାୟୀ, ବହୁଦିନର ତଳର କଥା , କେତେକ ଲୋକ ଏକତ୍ର ହୋଇ ଜଙ୍ଗଲକୁ ଶୀକାର କରିବାକୁ ଗଲେ । ସେମାନେ ଗୋଟିଏ ହରିଣ ଶୀକାର କଲେ । ହରିଣର ମାଂସକୁ ଟୁକୁଡା ଟୁକୁଡା କରି ସମସ୍ତଙ୍କୁ ଭାଗ ବଣ୍ଟା ଗଲା । ସେଥି ମଧ୍ୟରୁ ଜଣେ ଲୋକ ସେହି ଜଙ୍ଗଲରୁ ଏକ ପ୍ରକାରର ପତ୍ର ସଂଗ୍ରହ କରି ସେହି ମାଂସକୁ ସେଥିରେ ଗୁଡାଇ ଘରକୁ ଆଣିଲା । ଘରକୁ ଆସି ପହଞ୍ଚିବାବେଳକୁ ତାହା ଏକ ମାଂସ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଏହାଦ୍ୱାରା ସେହି ବ୍ୟକ୍ତି ଜଣଙ୍କ ହାଡ ଯୋଡିବାର ପ୍ରାକୃତିକ ପଦ୍ଧତି ଆବିଷ୍କାର କଲେ । ସେ ପ୍ରଥମେ ପଶୁ ମାନଙ୍କ ଉପରେ ଏହି ପଦ୍ଧତିର ପରୀକ୍ଷା କଲେ ଏବଂ ସଫଳ ହେଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସ୍ଵପ୍ନାଦେଶ ହେଲା ଯାହାଦ୍ୱାରା ସେ ହୁକୁମ ପାଇ ମଣିଷ ମାନଙ୍କର ହାଡଯୋଡିବା ଏବଂ ବିଭିନ୍ନ ପ୍ରକାରର ଶାରୀରିକ ବ୍ୟଥା ପାଇଁ ଚେରମୂଳି ତଥା ପ୍ରାକୃତିକ ଉପାୟରେ ଉପଚାର କଲେ । ଏହି ଭଳି ଭାବେ କାଳୁପଡା ସେକର ଉତ୍ପତ୍ତି ହେଲା । ଏବଂ ସେହି ପଦ୍ଧତିର ଆବିଷ୍କାରକ ଥିଲେ ଶ୍ରୀ ହୃଷିକେଶ ଦାସ ।
କାଳୁପଡା ସେକ ଏଭଳି ଏକ ଉପଚାର ଯାହାକି ପୁରାତନ କାଳରୁ ମୁନିଋଷି ଏବଂ କବିରାଜଙ୍କର ଉପଚାର ପଦ୍ଧତିର ଅଂଶବିଶେଷ । ଏହି ଉପଚାର ପ୍ରାକୃତିକ ପଦ୍ଧତିର ହୋଇଥିବାରୁ ଏଥିରେ ପାର୍ଶ୍ଵ ପ୍ରତିକ୍ରିୟାର ସମ୍ଭାବନା ବହୁତ କମ୍ । ଏହା ଅଧିକ ବ୍ୟୟସାପେକ୍ଷ ନୁହେଁ । କୌଣସି ପ୍ରକାରର ଅସ୍ତ୍ରୋପଚାର ଏଥିରେ ହୁଏ ନାହିଁ ।
ଓଡିଶାରେ ଦିନକୁ ଦିନ କାଳୁପଡା ସେକ ପ୍ରତି ଲୋକମାନଙ୍କର ଆଗ୍ରହ ଓ ବିଶ୍ଵାସ ବଢିବାରେ ଲାଗିଛି । ସାଧାରଣତଃ ଏଲୋପଥିକ୍ ଉପଚାରରେ ମଣିଷର ହାଡ ଭାଙ୍ଗିଥିଲେ ତାହାକୁ ଅସ୍ତ୍ରୋପଚାର ଦ୍ଵାରା ଉପଚାର କରାଯାଏ । ଯାହାକି କଷ୍ଟଦାୟକ, ବ୍ୟୟସାପେକ୍ଷ ଓ ପାର୍ଶ୍ଵପ୍ରତିକ୍ରିୟାର କାରଣ ମଧ୍ୟ ହୋଇଥାଏ । ଏଥିପାଇଁ ବହୁଲୋକ କାଳୁପଡା ସେକ ପ୍ରତି ଆଗ୍ରହ ଦେଖାନ୍ତି । ଓଡିଶାରେ ଏଭଳି ବହୁ ସ୍ଥାନ ମିଳିବ ଯେଉଁ ଠାରେ ଛୋଟବଡ ସେକ କେନ୍ଦ୍ର ମାନ ଖୋଲି ଯାଇଛି । କିନ୍ତୁ କେବଳ ସେକ କେନ୍ଦ୍ର ଖୋଲିଦେଲେ ସେଠାରେ ସଠିକ୍ ଉପଚାର ହେଉଛି ତାହାର ଗ୍ୟାରେଣ୍ଟି ନ ଥାଏ । ତେଣୁ ପୁରାତନ ଏବଂ ଅଭିଜ୍ଞ ଚିକିସ୍ଛକଙ୍କଠାରୁ ଚିକିସ୍ଛା କରାଇବା ଉଚିତ୍ । ଓଡିଶାର କେତୋଟି ପ୍ରସିଦ୍ଧ କାଳୁପଡା ସେକ କେନ୍ଦ୍ର ମଧ୍ୟରୁ ଚିକିସ୍ଚକ ଶ୍ରୀ ବିଶ୍ଵଜିତ ସାମନ୍ତଙ୍କର (ବାସୁ) ଉପଚାର କେନ୍ଦ୍ର ଏକ ପୁରାତନ ଉପଚାର କେନ୍ଦ୍ର । ପିତା (ଗୋବିନ୍ଦ ଚନ୍ଦ୍ର ସାମନ୍ତଙ୍କର ଇହଧାମ ପରେ ତାଙ୍କର ସୁଯୋଗ୍ୟ ପୁତ୍ର ଶ୍ରୀ ବିଶ୍ୱଜିତ୍ ସାମନ୍ତ ପିତାଙ୍କର ଏହି କୌଳିକ ବୃତ୍ତିକୁ ସଫଳତାର ସହିତ ସର୍ବସାଧାରଣଙ୍କର ମଙ୍ଗଳ ପାଇଁ କାର୍ଯ୍ୟରେ ଲଗାଉଛନ୍ତି । ଏଠାରେ ଗରିବ ଲୋକମାନଙ୍କର ରିହାତିରେ ଚିକିସ୍ଛା ସୁବିଧା ଦିଆଯାଇଥାଏ । ଏଠାରେ ଚିକିସ୍ଛା କରାଯାଉଥିବା କେତୋଟି ଉପଚାର ହେଲା :- Bone fracture, Sciatica, Spondylities Frozen shou lder, Rheumatism, Ligament Injury, Back Pain, Paralysis osteo arthritis.
ହାଡ ଭାଙ୍ଗିଗଲେ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ଯାଇ ଭାଙ୍ଗିଯାଇଥିବା ହାଡକୁ ଠିକ୍ ଜାଗାରେ ରଖିଦେଇ ପଟି ବାନ୍ଧିଲା ପରେ ନିମ୍ନଲିଖିତ ଔଷଧ ଖାଇଲେ ହାଡ ଅତି ଶୀଘ୍ର ଯୋଡି ହୁଏ ।
କ) ଅର୍ଜୁନ ଗଛର ଛାଲିର ଚୂର୍ଣ୍ଣ ସୁକି ଓଜନ ଠାରୁ ଅଧୁଲି ଓଜନ ଘିଅ ଓ ମହୁ ସହିତ ଖାଇଲେ ଭଙ୍ଗା ହାଡ ଯୋଡି ହୁଏ ।
ଖ) ବାବୁଲ ଗଛର ଛେଲିକୁ ଚୂର୍ଣ୍ଣ କରି ସେହି ଚୂର୍ଣ୍ଣ ସୁକି ଓଜନ ଠାରୁ ଅଧୁଲି ଓଜନ ମହୁ ସହିତ ୩ ଦିନ ଖାଇଲେ ଭଙ୍ଗାହାଡ ଯୋଡି ହୋଇଯାଏ ।
ଗ) ହାଡ ଶିଙ୍କୁଳା, ଲକ୍ଷା, ଗହମ ଓ ଅର୍ଜୁନ ଛେଲି ପ୍ରତ୍ୟେକରୁ ଦୁଇଅଣୀ ଓଜନ ବାଟି ଦୁଧ ଓ ଘିଅ ସହିତ ପାନ କଲେ ଅଥବା ରସୁଣ, ମହୁ, ଲାକ୍ଷା, ଘିଅ ଓ ଶର୍କରା ଏ ସମସ୍ତ ବାଟି ଖାଇଲେ ଛିନ୍ନ ଭିନ୍ନ ଓ ସ୍ଥାନଚ୍ୟୁତ ଅସ୍ଥି ଅଳ୍ପ ସମୟରେ ଯୋଡି ହୁଏ । ହାଡ ଶିଙ୍କୁଳା, ହାଡଭଙ୍ଗା ଗଛ, ସଂସ୍କୃତ, ଅସ୍ଥିସଂହାର, ଅସ୍ଥିଶୃଙ୍ଖଳା ଓ ବଜ୍ରବଲ୍ଲୀ । ଏହାର ରସ ୧ ତେଯ ଠାରୁ ୨ ତୋଳା ରସୁଣ, ଲାକ୍ଷା, ଘିଅ ଓ ଶର୍କରା ପ୍ରତ୍ୟେକରୁ ଦୁଇ ଅଣା ଓଜନ, ମହୁ ଏକ ଅଣା ବା ତିନି ଅଣା ଓଜନ, କାରଣ ମହୁ ଓ ଘିଅ ସମଭାଗ ହେଲେ (ବିଷକ୍ରିୟା) ହୁଏ ।
(ଘ) ବାବୁଲ ମଞ୍ଜିର ଚୂର୍ଣ୍ଣ ମହୁ ସାଙ୍ଗରେ ୩ ଦିନ ଖାଇଲେ ହାଡ ଯୋଡି ହୋଇଯାଏ । ଏବଂ ବଜ୍ର ପରି ମଜଭୁତ ହୁଏ । ମାତ୍ରା – ମଞ୍ଜି ଚୂର୍ଣ୍ଣ ସୁକି ଓଜନ ।
ଙ) ଚକାପତ୍ର ବଜ୍ରମୂଳିର ପତ୍ରକୁ ଚକଟି ସାମାନ୍ୟ ପାଣି ମିଶାଇ ରସ ବାହାର କରି ଦେହର ଯେଉଁ ପାଖ ଅଙ୍ଗରେ ହାଡ ଭାଙ୍ଗିଥିବ ତାର ବିପରୀତ ପାଖ କାନରେ ସେହି ରସ ପକାଇଲେ ହାଡ ଅତି ଆଶ୍ଚର୍ଯ୍ୟ ଭାବେ ଯୋଡିହୋଇଯାଏ । ଏହି ସବୁ ପ୍ରାକୃତିକ ଚେରମୂଳି ବ୍ୟତୀତ ଅନ୍ୟ କେତେକ ପ୍ରାକୃତିକ ଉପାଦାନ ମଧ୍ୟ ହାଡଭଙ୍ଗା ତଥା ଶରୀରର ବ୍ୟଥା ପାଇଁ କାର୍ଯ୍ୟରେ ଲଗାଯାଏ । ସେଗୁଡିକ ହେଲା :- ସୁନାରେଗେଡା, ନିର୍ମୂଳି, ସମ୍ବର ଖାଇ, ବାସଙ୍ଗ, ବେଗୁନିଆ ପତ୍ର ଓ ଚେର କଳାଦୁର୍ଦୁରା, ପଗୁଆରୀ, ଇତ୍ୟାଦି ଇତ୍ୟାଦି ।
ଚ) ବିଭିନ୍ନ ପ୍ରକାରର ଚେର ମୂଳି ଓ ପତ୍ରର ରସ ଦ୍ଵାରା ଔଷଧୀୟ ଫଳର ରସ ରେ ମାଲିସ ତେଲ ତିଆରି କରାଯାଏ । ଏହା ହାଡଭଙ୍ଗା ର ଦରଜ ପୁରୁଣା ଆଣ୍ଠୁ ଗଣ୍ଠି ବାତ ମାଡ ଦରଜ ଶୀଘ୍ର ଠିକ୍ ହୋଇଯାଏ ।
ଛ) ରୋଗ ନିର୍ଣୟ କରାଯାଇ ଯଥା :- ଶରୀରର ହାଡଭଙ୍ଗା ଆଣ୍ଠୁଗଣ୍ଠି ବାତ ବେକ ଧାରା ଅଣ୍ଟା ଦରଜ ପାରାଲିସିସ ପୁରୁଣା ମାଡ ଦରଜ ମଳକଣ୍ଟକ ଶରୀର ର ଦୁର୍ବଳତା ଓ ବିଭିନ୍ନ ପ୍ରକାର ରୋଗ କୁ ଦେଖି ହାତ ତିଆରି ଚେରମୂଳି ଔଷଧ ଦିଆଯାଏ ।